ଆପଣଙ୍କର କାର୍ଡର ସୂଚନାକୁ

ନିରାପଦରେ ରଖିବା ପାଇଁ ଟିପ୍ସ

ଏହା କରନ୍ତୁ:
  • ବ୍ୟାଙ୍କ ଦ୍ୱାରା ପଠାଯାଇଥିବା ସତର୍କତା ବାର୍ତ୍ତାକୁ ଧ୍ୟାନ ପ୍ରଦାନ କରନ୍ତୁ, ଯଥା ଟ୍ରାନଜାକ୍ସନ୍ ଆଲର୍ଟ, ଠିକଣା/ମୋବାଇଲ ନମ୍ୱର ପରିବର୍ତ୍ତନ ଇତ୍ୟାଦି ଓ ଯଦି କୌଣସି ପାର୍ଥକ୍ୟ ରହିଥାଏ ତେବେ ବ୍ୟାଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ।
  • ତୁରନ୍ତ ବ୍ୟାଙ୍କକୁ ସୂଚୀତ କରନ୍ତୁ ଯଦି ଆପଣଙ୍କର ଠିକଣା ବା ମୋବାଇଲ ନମ୍ୱରରେ ପରିବର୍ତ୍ତନ ହୁଏ ଆପଣ ବ୍ୟାଙ୍କକୁ ପ୍ରଦାନ କରିଛନ୍ତି ।
  • ଆପଣଙ୍କର ପର୍ସନାଲ୍ ଆଇଡେଣ୍ଟିଫିକେସନ୍ ନମ୍ୱର (ପିଆଇଏନ୍)କୁ ମନେ ରଖନ୍ତୁ, ଏହାକୁ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ ଓ ପିନ୍ ନମ୍ୱର ଲେଖାଥିବା କୌଣସି କାଗଜାତକୁ ନଷ୍ଟ କରିଦିଅନ୍ତୁ ।
  • ଏହା ଯାଞ୍ଚ କରନ୍ତୁ ଯେ ମର୍ଚ୍ଚାଣ୍ଟ ଆଉଟ୍ଲେଟ୍ରେ ଟ୍ରାନ୍ଜାକ୍ସନ୍ ପରେ ଆପଣଙ୍କୁ ଫେରସ୍ତ କରାଯାଇଥିବା କ୍ରେଡିଟ୍/ଡେବିଟ୍ କାର୍ଡ ଆପଣଙ୍କର ଅଟେ ।
  • ମର୍ଚ୍ଚାଣ୍ଟ ଆଉଟ୍ଲେଟ୍ରେ ଆପଣଙ୍କ ଉପସ୍ଥିତିରେ ଆପଣଙ୍କର କ୍ରେଡିଟ୍/ ଡେବିଟ୍ କାର୍ଡକୁ ସ୍ୱାଇପ୍ କରିବାକୁ କୁହନ୍ତୁ ।
  • ଟ୍ରାନ୍ଜାକ୍ସନ୍ ପରେ ଟ୍ରାନ୍ଜାକ୍ସନ୍ ନୋଟିଫିକେସନ୍ ମେସେଜ୍ ଦେଖନ୍ତୁ ଓ ପରିମାଣକୁ ଯାଞ୍ଚ କରିନିଅନ୍ତୁ ।
  • ପିଓଏସ୍ ମେସିନ୍ ଓ ଏଟିଏମ୍ରେ ଏଣ୍ଟର୍ କରୁଥିବା ସମୟରେ ଏହା ସୁନିଶ୍ଚିତ କରନ୍ତୁ ଯେ କ୍ରେଡିଟ୍ କାର୍ଡ/ଡେବିଟ୍ କାର୍ଡ ଅନ୍ୟମାନେ ଦେଖିପାରୁ ନାହାନ୍ତି ।
  • ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ ହଜିଯିବା କ୍ଷେତ୍ରରେ ବା ଯଦି ଆପଣ ଭୁଲ୍ବଶତଃ ଆପଣଙ୍କର ବିବରଣୀକୁ ଅନ୍ୟ କାହାକୁ ପ୍ରଦାନ କରିଥାନ୍ତି ତେବେ ତୁରନ୍ତ ବ୍ୟାଙ୍କକୁ ସୂଚିତ କରନ୍ତୁ ।
  • ବ୍ୟାଙ୍କର କଷ୍ଟମର୍ କେୟାର୍ ନମ୍ୱର୍କୁ ସର୍ବଦା ପାଖରେ ରଖନ୍ତୁ, ଯଦ୍ୱାରା ଆପଣ ସହାୟତା/ଜରୁରୀକାଳିନ ପରିସ୍ଥିତି/କାର୍ଡ ହଜିଯିବା/ଟ୍ରାନ୍ଜାକ୍ସନ୍ ବ୍ୟାଘାତ କ୍ଷେତ୍ରରେ ତୁରନ୍ତ କଲ୍ କରିପାରିବେ।
  • ଭ୍ରମାତ୍ମକ ବାର୍ତ୍ତା/କଲ୍/ଇମେଲ୍ ପ୍ରତି ସତର୍କ ରୁହନ୍ତୁ ଓ ଆପଣଙ୍କର ସବିଶେଷକୁ କଦାପି ଅନ୍ୟ କାହାରିକୁ ପ୍ରଦାନ କରନ୍ତୁ ନାହିଁ ।
ଏହା କରିବେ ନାହିଁ:
  • ଆପଣଙ୍କର ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡକୁ ଅନ୍ୟ କାହାରିକୁ ପ୍ରଦାନ କରନ୍ତୁ ନାହିଁ, ଯଦି ବା ସିଏ ନିଜକୁ ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ପ୍ରତିନିଧି ବୋଲି କହୁଥାନ୍ତି ।
  • କାହାରିକୁ ଆପଣଙ୍କର ପିନ୍/ଓଟିପି/ସିଟିଭି/ଭିବିଭି/ମାଷ୍ଟର ସିକ୍ୟୋର ପାସ୍ୱାର୍ଡ ପ୍ରଦାନ କରନ୍ତୁ ନାହିଁ । ବ୍ୟାଙ୍କ ବା ଅନ୍ୟ କୌଣସି ସରକାରୀ ଅନୁଷ୍ଠାନ ଏହି ସୂଚନାକୁ ମାଗିନଥାନ୍ତି ।
  • ଅଣସୁରକ୍ଷିତ ୱାଇ-ଫାଇ ନେଟ୍ୱର୍କ ବ୍ୟବହାର କରି ଆପଣଙ୍କର କାର୍ଡ/ଅକାଉଣ୍ଟକୁ ଆକ୍ସେସ୍ କରନ୍ତୁ ନାହିଁ ବା ସର୍ବସାଧାରଣ ସ୍ଥାନରେ ଏପରି ନେଟ୍ୱର୍କରେ ଅନ୍ଲାଇନ୍ କିଣାକିଣି କରନ୍ତୁ ନାହିଁ ।
  • ଏକ ଏଟିଏମ୍ରେ ଅଜଣା ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନାହିଁ, ଯଦି ବା ସେ ସ୍ୱେଚ୍ଛାମୂଳକ ଭାବରେ ସହାୟତା କରିବାକୁ ଚାହୁଁଥାନ୍ତି ।

ଅନ୍ଲାଇନ୍ ବ୍ୟାଙ୍କିଂ ଟ୍ରାନଜାକ୍ସାନ୍କୁ

ସୁରକ୍ଷିତ କରିବା ପାଇଁ ଟିପ୍ସ

  • ଅନ୍ଲାଇନ୍ ଲଗ୍ଇନ୍ ପାସ୍ୱାର୍ଡ ଓ ଡେବିଟ୍ କାର୍ଡ ପିନ୍କୁ ଏଣ୍ଟର୍ କରିବା ପାଇଁ ଭର୍ଚୁଆଲ୍ କିପ୍ୟାଡ୍‌ର ବ୍ୟବହାର କରନ୍ତୁ ।
  • ପ୍ରଥମ ଲଗ୍ଇନ୍ ସମୟରେ ଆପଣଙ୍କର ଲଗ୍ଇନ୍ ପାସୱାର୍ଡ ଓ ଟ୍ରାନ୍ଜାକ୍ସନ୍ ପାସ୍ୱାର୍ଡକୁ ପରିବର୍ତ୍ତନ କରନ୍ତୁ ।
  • ପାସ୍ୱାର୍ଡ ପରିବର୍ତ୍ତନ ବିକଳ୍ପର ବ୍ୟବହାର କରି ଆପଣଙ୍କର ପାସ୍ୱାର୍ଡକୁ ଅତିକମ୍ରେ ମାସକୁ ଥରେ ପରିବର୍ତ୍ତନ କରନ୍ତୁ ।
  • ଏହାକୁ ମନେ ରଖିବା ପରେ ପାସ୍ୱାର୍ଡକୁ ନଷ୍ଟ କରିଦିଅନ୍ତୁ, ଏହାକୁ ଲେଖନ୍ତୁ ନାହିଁ ବା କୌଣସି ସ୍ଥାନରେ ଲେଖି ରଖନ୍ତୁ ନାହିଁ ।
  • ଆପଣଙ୍କର ପାସ୍ୱାର୍ଡକୁ କାହାରି ନିକଟରେ ପ୍ରକାଶ କରନ୍ତୁ ନାହିଁ, ଏହା ବ୍ୟକ୍ତିଗତ ଓ ଗୋପନୀୟ ଅଟେ ।
  • ଏପରି ପାସ୍ୱାର୍ଡ ବାଛନ୍ତୁ ଯାହାକୁ ଅନ୍ୟମାନେ ଅନୁମାନ କରିବା କଷ୍ଟକର ହେବ । ସହଜରେ ଅନୁମାନ କରିହେଉଥିବା ପାସ୍ୱାର୍ଡ ବାଛନ୍ତୁ ନାହିଁ ଯଥା ଜନ୍ମ ତାରିଖ, ଟେଲିଫୋନ ନମ୍ୱର ବା କ୍ରମିକ ନମ୍ୱର ଯଥା 111111, 12356 ଇତ୍ୟାଦି ।
  • ଆପଣଙ୍କର ପାସ୍ୱାର୍ଡରେ ଉଭୟ ଅକ୍ଷର ଓ ସଂଖ୍ୟାର ସମନ୍ୱୟ ତଥା ସାନ ଅକ୍ଷର ଓ ବଡ଼ ଅକ୍ଷରର ବ୍ୟବହାର କରନ୍ତୁ ।
  • ସେବା ସମାପ୍ତ ହେବା ପରେ କିମ୍ବା ଆପଣ ପିସି ଠାରୁ ଦୂରକୁ ଚାଲିଯାଉଥିବା ସମୟରେ ସର୍ବଦା ଆପଣଙ୍କ ନେଟ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ-ଇଣ୍ଡସ ନେଟ, ଇଣ୍ଡସ ଡାଇରେକ୍ଟ, କନେକ୍ଟ ଅନଲାଇନ, ଇଣ୍ଡସ ସ୍ପିଡ ରେମିଟ ଓ ଇଣ୍ଡସ କଲେକ୍ଟକୁ ଲଗଆଉଟ କରନ୍ତୁ । ଯଦି ଆପଣଙ୍କ ବ୍ରାଉଜର କିଛି ସମୟ ପାଇଁ ରହିଯାଏ ତେବେ ସୁରକ୍ଷା ଦୃଷ୍ଟିରୁ ଆପଣଙ୍କ ଲଗଇନ ସେସନ ସମାପ୍ତ ହୋଇଯିବ।
  • ସେବାର ବ୍ୟବହାର କରିବା ପରେ ବା ଯେତେବେଳେ ଆପଣ ପିସି ଛାଡ଼ି ଯାଉଛନ୍ତି ଆମର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମ ଇଣ୍ଡସନେଟ୍, ଇଣ୍ଡସଡାଇରେକ୍ଟ, କନେକ୍ଟ ଅନଲାଇନ୍, ଇଣ୍ଡସ ସ୍ପିଡ୍ ରେମିଟ୍, ଇଣ୍ଡସ କଲେକ୍‌ଟରୁ ସର୍ବଦା ଲଗଆଉଟ୍ କରନ୍ତୁ। ସୁରକ୍ଷା କାରଣରୁ ଯଦି ଆପଣଙ୍କର ବ୍ରାଉଜରକୁ କିଛି ସମୟ ପାଇଁ ଖାଲି ଛଡ଼ାଯାଏ ତେବେ ଆପଣଙ୍କର ଲଗ ଇନ୍ ସେସନ୍ ଆପେ ଆପେ ଟର୍ମିନେଟ୍ ହୋଇ ଯାଇଥାଏ।
  • ସର୍ବଦା ଲଗ୍ ଆଉଟ୍ କରିବା ପରେ ଆପଣଙ୍କର ବ୍ରାଉଜର୍ ଆପ୍ଲିକେସନ୍କୁ ବନ୍ଦ କରନ୍ତୁ ।
  • ସର୍ବସାଧାରଣ/ଓପନ୍ ସ୍ଥାନରେ କମ୍ପ୍ୟୁଟର୍ରେ ନେଟ୍ ବ୍ୟାଙ୍କିଂର ବ୍ୟବହାର କରନ୍ତୁ ନାହିଁ ।
  • ଯଦି ଆପଣ ଅନ୍ଲାଇନ୍ ଟ୍ରାନ୍ଜାକ୍ସନ୍ କରିବାରେ ସହଜ ବୋଧ କରୁନଥାନ୍ତି, ତେବେ ଆପଣ ଏହା କରିବା ଉଚିତ ନୁହେଁ, ବା ଏଥିପାଇଁ ଆପଣ ବ୍ୟାଙ୍କର ସହାୟତା ନେଇପାରିବେ ।
  • ଯଦି ଆପଣ ତ୍ରୁଟିପୂର୍ଣ୍ଣ ଟ୍ରାନ୍ଜାକ୍ସନ୍ ମାଧ୍ୟମରେ ସବିଶେଷ ପ୍ରଦାନ କରନ୍ତି ତେବେ ଆମେ ଦାୟୀ ରହିବୁ ନାହିଁ । ଅନ୍ଲାଇନ୍ରେ ଦେଖିବା ଓ ଟ୍ରାନ୍ଜାକ୍ସନ୍ କରିବାର ବିକଳ୍ପ ଭିନ୍ନ ରହିଛି । ଦୟାକରି ଧ୍ୟାନପୂର୍ବକ ଆପଣଙ୍କର ବିକଳ୍ପର ବ୍ୟବହାର କରନ୍ତୁ ।
  • ଆପଣଙ୍କ ବ୍ୟବସାୟିକ ସେବା, ଡିଭାଇସ ଓ ସଂପୃକ୍ତ ବ୍ୟବସ୍ଥାରେ ଦୟାକରି ଆବଶ୍ୟକୀୟ ସୁରକ୍ଷା ସମ୍ବନ୍ଧିତ ଟୁଲ (ଯଥା ଆଣ୍ଟି ଭାଇରସ/ଫାୟାରୱାଲ)କୁ ସ୍ଥାନିତ କରନ୍ତୁ।
  • ଆମ ଦ୍ବାରା ପ୍ରଦାନ କରାଯାଇଥିବା ଏପିଆଇ ଉପଯୋଗ କରି ପେମେଣ୍ଟ ‌ପ୍ରୋସେସିଂ କାର୍ଯ୍ୟ ସୁରକ୍ଷିତ ଓ ସ୍ବୀକୃତ ସେବା, ପର୍ସୋନେଲ, ସର୍ଭର ଓ ସଂପୃକ୍ତ ବ୍ୟବସ୍ଥା ଜରିଆରେ କରାଯିବା ଉଚିତ

 

ଆପଣଙ୍କର ମୋବାଇଲ୍

ଆପ୍ ଟ୍ରାନ୍ଜାକ୍ସନ୍କୁ ସୁରକ୍ଷିତ କରନ୍ତୁ

  • ଇଣ୍ଡସଇଣ୍ଡ ବ୍ୟାଙ୍କର ମୋବାଇଲ ଆପ (ଏଥି ସହିତ ଇଣ୍ଡସଡାଇରେକ୍ଟ କର୍ପୋରେଟ ମୋବାଇଲ ବ୍ୟାଙ୍କିଙ୍ଗ ଆପ)କୁ କେବଳ ଗୁଗୁଲ ପ୍ଲେ ଷ୍ଟୋର/ଆପଲ ଆପ ଷ୍ଟୋରରୁ ଡାଉନଲୋଡ କରନ୍ତୁ
  • ଗୁଗଲ୍ ପ୍ଲେ ଷ୍ଟୋର/ ଆପଲ୍ ଆପ୍ ଷ୍ଟୋରରୁ କେବଳ ଇଣ୍ଡସଇଣ୍ଡ ବ୍ୟାଙ୍କର ମୋବାଇଲ୍ ବ୍ୟାଙ୍କିଂ ଆପ୍ (ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଇଣ୍ଡସଡାଇରେକ୍ଟ କର୍ପୋରେଟ୍ ମୋବାଇଲ୍ ବ୍ୟାଙ୍କିଂ ଆପ୍) କୁ ଡାଉନଲୋଡ୍ କରନ୍ତୁ।
  • ଡାଉନଲୋଡ୍ କରିବା ପୂର୍ବରୁ, ଏହା ସୁନିଶ୍ଚିତ କରନ୍ତୁ ଯେ ଆପ୍ଟି ଇଣ୍ଡସଇଣ୍ଡ ବ୍ୟାଙ୍କ ଲିଃ ଦ୍ୱାରା ଡେଭ୍ଲପ୍ କରାଯାଇଛି ।
  • ଏପରି ଆପ୍ର ପରିହାର କରନ୍ତୁ ଯାହାକୁ ଆବଶ୍ୟକ ତୁଳନାରେ ଅଧିକ ଅନୁମତି ମାଗୁଥାଏ ।
  • ଆପଣଙ୍କର ମୋବାଇଲ୍ରେ ଏକ ପ୍ରତିଷ୍ଠିତ ଆଣ୍ଟିଭାଇରସ୍ ତଥା ମୋବାଇଲ ପ୍ରୋଟେକ୍ସନ୍ ଆପ୍ର ବ୍ୟବହାର କରନ୍ତୁ।
  • ଡିଭାଇସ୍କୁ ରୁଟ୍ ବା ଜେଲ୍-ବ୍ରେକ୍ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କର ଡିଭାଇସ୍ର ସମସ୍ତ ସିକ୍ୟୁରିଟି କଣ୍ଟ୍ରୋଲ୍ ଚାଲି ଯାଇଥାଏ ।
  • ଆପ୍ସ କୋଡ୍/ପ୍ୟାଟର୍ନ/ଫିଙ୍ଗରପ୍ରଣ୍ଟ/ଫେସ୍ ରିକଗ୍ନିସନ୍ ଲକ୍ ସହିତ ଏକ ସ୍କ୍ରିନ୍ ଇନ୍ଆକ୍ଟିଭିଟି ଲକ୍ର ବ୍ୟବହାର କରନ୍ତୁ ।
  • ଆପଣଙ୍କର ମୋବାଇଲ୍ରେ ପାସ୍ୱାର୍ଡ ବା ଅନ୍ୟ କୌଣସି ସମ୍ୱେଦନଶୀଳ ସୂଚନାକୁ ରଖନ୍ତୁ ନାହିଁ ।
  • ଉତ୍ସକୁ ଯାଞ୍ଚ ନ କରି ସୋସିଆଲ୍ ମିଡିଆରେ ଆସିଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ।

 

ଜାଲିଆତି ଯୋଗାଯୋଗକୁ

ଏଡ଼ାଇବା ପାଇଁ ଟିପ୍ସ

ଇ-ମେଲ୍
  • ସନ୍ଦେହାସ୍ପଦ ଇମେଲ୍ ଯାହା ଆପଣଙ୍କୁ ସମ୍ୱେଦନଶୀଳ ସୂଚନା ଯଥା ଲଗ୍ଇନ୍ ଆଇଡି, ପାସ୍ୱାର୍ଡ ଓ ଅନ୍ୟାନ୍ୟ ଗୋପନୀୟ ଆକାଉଣ୍ଟ ସୂଚନା ପ୍ରଦାନ କରିବାକୁ କହୁଥାଏ ସେଥିପ୍ରତି ସତର୍କ ରୁହନ୍ତୁ ।
  • ଏହି ଇମେଲ୍ ଜରିଆରେ ଆପଣ ନକଲି ୱେବ୍ସାଇଟ୍କୁ ଚାଲିଯାଇଥାନ୍ତି ଯାହା ବ୍ୟାଙ୍କର ମୂଳ ୱେବ୍ସାଇଟ୍ ପରି ଦେଖାଯାଇଥାଏ ବା ଆପଣଙ୍କୁ ବ୍ୟାଙ୍କିଂ ସୂଚନାକୁ ଅପ୍ଡେଟ୍ କରିବା ପାଇଁ କହିପାରେ ।
  • ବ୍ୟାଙ୍କ ଏପରି କୌଣସି ଇମେଲ୍ ଜାରି କରେ ନାହିଁ ଓ ଆପଣଙ୍କୁ ଏହାକୁ ଅଣଦେଖା କରିବା ପାଇଁ ପରାମର୍ଶ ଦିଆଯାଉଛି ଓ ବ୍ୟକ୍ତିଗତ ସୂଚନା ମାଗୁଥିବା କୌଣସି ଅନୁରୋଧକୁ ଏଡ଼ାଇବା ଆବଶ୍ୟକ ।
  • ଦୟାକରି ଏପରି କୌଣସି ସନ୍ଦେହାସ୍ପଦ ଇମେଲ୍ ସମ୍ୱନ୍ଧରେ report.phishing@indusind.com କୁ ରିପୋର୍ଟ କରନ୍ତୁ ।
  • ସ୍କାମ ଇମେଲ୍ ପ୍ରତି ସାବଧାନ ରୁହନ୍ତୁ । ସେଗୁଡ଼ିକ ଏକ ଭାଇରସ୍ ଡାଉନଲୋଡ୍ କରିବା ପାଇଁ ବା ଏକ ଜାଲିଆତି ମୂଳକ ୱେବ୍ସାଇଟ୍ରେ କ୍ଲିକ୍ କରିବା ପାଇଁ ଆମନ୍ତ୍ରିତ କରିପାରନ୍ତି ଯଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଉପଲବ୍ଧ କରାଯାଇପାରିବ ।
  • ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣ ଟ୍ରାନ୍ଜାକ୍ଟ କରୁଥିବା ୱେବ୍ସାଇଟ୍ରେ ପ୍ରାଇଭେସି ଓ ସିକ୍ୟୁରିଟୀ ଷ୍ଟେଟ୍ମେଣ୍ଟ ରହିଛି ଓ ତାହାକୁ ଉପଯୁକ୍ତ ଭାବରେ ସମୀକ୍ଷା କରିବା ଉଚିତ ।
  • ୱେବ୍ସାଇଟ୍ ଆଡ୍ରେସ୍ (ୟୁଆର୍ଏଲ୍) www.indusind.com ଥିବା ଯାଞ୍ଚ କରିନିଅନ୍ତୁ ବା ୟୁଆର୍ଏଲ୍କୁ ନିଜେ ଟାଇପ୍ କରନ୍ତୁ ।
  • ହାଇପରଲିଙ୍କ ରହିଥିବା ଇମେଲ ବା ଥାର୍ଡ଼ ପାର୍ଟି ୱେବସାଇଟ ଜରିଆରେ ଇଣ୍ଡସ ନେଟ, ଇଣ୍ଡସ ଡାଇରେକ୍ଟ, କନେକ୍ଟ ଅନଲାଇନ, ଇଣ୍ଡସ ସ୍ପିଡ ରେମିଟ ଓ ଇଣ୍ଡସ କଲେକ୍ଟକୁ କଦାପି ଲଗ ଇନ କରନ୍ତୁ ନାହିଁ।
  • ହାଇପର୍ଲିଙ୍କ ଏମ୍ୱେଡ୍ ହୋଇଥିବା ଇମେଲ୍ ବା ଥାର୍ଡ ପାର୍ଟି ୱେବ୍ସାଇଟ୍ ଜରିଆରେ ଇଣ୍ଡସ୍ନେଟ୍କୁ ଲଗ୍ଇନ୍ କରନ୍ତୁ ନାହିଁ ।
  • ଏପରି କୌଣସି ଇ-ମେଲ୍ର ଉତ୍ତର ଦିଅନ୍ତୁ ନାହିଁ ଯାହା ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ଅନୁରୋଧ କରୁଥିବା ଆପଣଙ୍କର ପାସ୍ୱାର୍ଡକୁ କାହାରିକୁ ପ୍ରଦାନ କରନ୍ତୁ ନାହିଁ ।
  • ଯଦି ଆପଣ ପ୍ରେରକଙ୍କୁ ସନ୍ଦେହ କରୁଥାନ୍ତି ତେବେ ଆଟାଚ୍ମେଣ୍ଟ ଥିବା ଇମେଲ୍କୁ ଖୋଲନ୍ତୁ ନାହିଁ ।
  • କୌଣସି ସମ୍ୱେଦନଶୀଳ ସୂଚନା ଏଣ୍ଟର କରବା ପୂର୍ବରୁ ୱେବ୍ପେଜ୍ରେ ଡାହାଣ ପାର୍ଶ୍ୱର ତଳ ଭାଗରେ ପ୍ୟାଡ୍ଲକ୍ ସିମ୍ୱଲ ଥିବା ଦେଖିନିଅନ୍ତୁ ଯଦ୍ୱାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ ସାଇଟ୍ଟି ସୁରକ୍ଷିତ ମୋଡ୍ରେ ଚାଲୁଅଛି ।
  • ବ୍ୟବହାର ହେଉନଥିବା ସମୟରେ କମ୍ପ୍ୟୁଟର୍କୁ ଅନ୍ଲାଇନ୍ ରଖନ୍ତୁ ନାହିଁ । ଏହାକୁ ବନ୍ଦ କରିଦିଅନ୍ତୁ ବା ଏଥିରୁ ଇଣ୍ଟର୍ନେଟ୍କୁ ବିଚ୍ଛିନ୍ନ କରିଦିଅନ୍ତୁ ।
  • କୌଣସି ଅନିୟମିତତା କ୍ଷେତ୍ରରେ ତୁରନ୍ତ ସୂଚିତ କରନ୍ତୁ ।
  • ସିକ୍ୟୁରିଟି ପ୍ୟାଚ୍କୁ ଡାଉନ୍ଲୋଡ୍ କରି ଓ ଆପଣଙ୍କର ଆଣ୍ଟିଭାଇରସ୍ ଓ ଫାୟାର୍ୱାଲ୍ ସଫ୍ଟୱେର୍କୁ ନିୟମିତ ଭିତ୍ତିରେ ଅପ୍ଡେଟ୍ କରି ଆପଣଙ୍କର ବ୍ୟକ୍ତିଗତ କମ୍ପ୍ୟୁଟର୍କୁ ଅପ୍ଡେଟ୍ କରି ରଖନ୍ତୁ ।
  • ଆପଣଙ୍କର ସେସନ୍ର ଅନୁଧ୍ୟାନ କରିବା ପାଇଁ ଆପଣଙ୍କର ଶେଷ ଲଗ୍ଇନ୍ ସୂଚନାକୁ କ୍ରସ୍ଚେକ୍ କରିଦିଅନ୍ତୁ ।
ଫୋନ୍ କଲ୍/ଏସ୍ଏମ୍ଏସ୍
  • ଠକ ବ୍ୟକ୍ତିମାନେ ଆପଣଙ୍କୁ ଫୋନ୍କଲ୍ ବା ଟେକ୍ସଟ ମେସେଜ୍ ଜରିଆରେ ଆପଣଙ୍କର ସବିଶେଷ ମାଗି ପାରନ୍ତି ।
  • ଆପଣଙ୍କର କ୍ରେଡିଟ୍ କାର୍ଡ ସୂଚନାକୁ ଯାଞ୍ଚ କରିବା ବାହାନାରେ ଆପଣଙ୍କୁ ମଧ୍ୟ ଏକ ନିର୍ଦ୍ଧିଷ୍ଟ ନମ୍ୱରକୁ କଲ୍ କରି ଇଣ୍ଟରଆକ୍ଟିଭ୍ ଭଏସ୍ ସିଷ୍ଟମ୍ ଜରିଆରେ ଆପଣଙ୍କର ପ୍ରମୂଖ ଗୋପନୀୟ ସୂଚନାକୁ ଅନୁରୋଧ କରାଯାଇପାରେ ।
  • ଗୋପନୀୟ ସୂଚନା ମାଗୁଥିବା ମେସେଜ୍ରେ କୌଣସି ଉତ୍ତର ପ୍ରଦାନ କରନ୍ତୁ ନାହିଁ ।
  • କୌଣସି ଅଜଣା ନମ୍ୱର୍କୁ କଲ୍ କରନ୍ତୁ ନାହିଁ, ଏହା ଆପଣଙ୍କୁ ଠକିବା ପାଇଁ ହୋଇଥାଇପାରେ ।
  • ଯଦି ଆପଣ ଏପରି କୌଣସି ସନ୍ଦେହାତ୍ମକ ବା ଜାଲିଆତି ମୂଳକ ବାର୍ତ୍ତା ଗ୍ରହଣ କରନ୍ତି ତେବେ ତୁରନ୍ତ ବ୍ୟାଙ୍କୁ ଯୋଗାଯୋଗ କରନ୍ତୁ ।
ଡୋମେନ୍ ଜାଲିଆତି ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ

ପ୍ରଥମେ ଡୋମେନ୍ ଜାଲିଆତିକୁ ବୁଝିବା ପାଇଁ ପଦକ୍ଷେପ ହେଉଛି ସ୍କାମକୁ ବୁଝିବା। ଡୋମେନ୍ ଜାଲିଆତି ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଅନୈତିକ ଭାବରେ କେତେକ ସ୍ବୀକୃତ ବ୍ରାଣ୍ଡର ଡୋମେନ୍ ନାମକୁ ବ୍ୟବହାର କରାଯାଇ ବ୍ୟବହାରକାରୀ କିମ୍ବା ବ୍ୟବସାୟ ସହିତ ଏହାକୁ ସଂପୃକ୍ତ ରଖି ଆର୍ଥିକ କାରବାର କରାଯାଇଥାଏ। ସାଇବରକ୍ରିମିନାଲ୍ସ ମାନେ ଏହି ବିଶ୍ବସନୀୟ ବ୍ରାଣ୍ଡ ଗୁଡ଼ିକର ନକଲ କରି ନିମ୍ନଲିଖିତ ଠକେଇ କାର୍ଯ୍ୟ କରିଥାନ୍ତି : 

  • ଓୟାର ଟ୍ରାନ୍ସଫର ଜାଲିଆତି
  • ଫିସିଂ
  • ନକଲି ସାମଗ୍ରୀ ବିକ୍ରୟ
  • ସେସନ୍ ଚୋରି କରିବା

ଇଣ୍ଡସ୍ଇଣ୍ଡ ବ୍ୟାଙ୍କ କଦାପି

ଆପଣଙ୍କୁ ନିମ୍ନଲିଖିତ ସବିଶେଷକୁ ମାଗିନଥାଏ

  • ପିନ୍ (ପର୍ସନାଲ୍ ଆଇଣ୍ଟିଫିକେସନ୍ ନମ୍ୱର)
  • ଓଟିପି (ୱାନ୍-ଟାଇମ୍ ପାସ୍ୱାର୍ଡ)
  • ସିଭିଭି (କାର୍ଡ ଭେରିଫିକେସନ୍ ଭାଲ୍ୟୁ)
  • କାର୍ଡ ଏକ୍ସପାୟାରି ତାରିଖ
  • ଆପଣଙ୍କର ଇଣ୍ଡସନେଟ୍ ଲଗ୍ଇନ୍ ଆଇଡି ବା ଟ୍ରାନ୍ଜାକ୍ସନ୍ ପାସ୍ୱାର୍ଡ

ଡିଜିଟାଲ୍ ପେମେଣ୍ଟଗୁଡିକୁ ନିରାପଦ

ଏବଂ ସହଜ କରନ୍ତୁ

ଏହା କରନ୍ତୁ
  • ଜାଲିଆତିମୂଳକ କଲ୍ (ଭିସିଂ) ପ୍ରତି ସତର୍କ ରୁହନ୍ତୁ ଯେଉଁଥିରେ ଆପଣଙ୍କୁ ଥାର୍ଡ଼ ପାଟି ଆପ୍ ଡାଉନଲୋଡ୍ କରିବାକୁ କୁହା ଯାଇଥାଏ କିମ୍ବା ଗୋପନୀୟ ସୂଚନା ଆଦାନ ପ୍ରଦାନ କରିବାକୁ କୁହାଯାଇଥାଏ (ତୁରନ୍ତ ଏପ୍ରକାର କଲକୁ ବିଚ୍ଛିନ୍ନ କରନ୍ତୁ)
  • ଯଦି ଆପଣ କୌଣସି ରିମୋଟ୍ ଆକ୍ସେସ୍ ଆପକୁ ଡାଉନ୍ଲୋଡ୍ କରୁଛନ୍ତି ଓ ତାହା ଅଧିକ ସମୟ ପାଇଁ ଦରକାର ହେଉନଥାଏ ତେବେ ତାହାକୁ ତୁରନ୍ତ ଅନଇନଷ୍ଟାଲ୍ କରିଦିଅନ୍ତୁ।
  • ଆପଣଙ୍କ ପେମେଣ୍ଟ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ସମ୍ବନ୍ଧିତ ଆପ୍ସ ଉପରେ ଆପ୍ ଲକ କୁ କାର୍ଯ୍ୟକାରୀ କରନ୍ତୁ।
  • କୌଣସି ସନ୍ଦେହାସ୍ପଦ କାର୍ଯ୍ୟ ଜାଣିବାକୁ ପାଇଲେ ଆପଣଙ୍କ ନିକଟସ୍ଥ ବ୍ୟାଙ୍କର ଶାଖା/ ଅଧିକୃତ କଷ୍ଟମର କେୟାର ନମ୍ବରକୁ କେବଳ ରିପୋର୍ଟ କରନ୍ତୁ।
  • ୟୁପିଆଇ ଜରିଆରେ କୌଣସି ନେଣଦେଣ କରିବା ପୂର୍ବରୁ ନେଣଦେଣର ପ୍ରକାରକୁ ବୈଧ କରନ୍ତୁ। ଏଥିପାଇଁ ଗୋଟିଏ ଷ୍ଟାଣ୍ଡାର୍ଡ଼ ରୁଲ୍ ରହିଛି – ୟୁପିଆଇ ଜରିଆରେ ଅର୍ଥ ପ୍ରାପ୍ତି ପାଇଁ କୌଣସି ପିନ୍ ଆବଶ୍ୟକ ହୋଇନଥାଏ।
  • ୟୁପିଆଇ ଜରିଆରେ ନେଣଦେଣ କରୁଥିବା ସମୟରେ ଜାଲିଆତି/ ନକଲି ଆପ୍ଲିକେସନ ଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ। ୟୁପିଆଇ ନେଣଦେଣ ପାଇଁ ବିଶ୍ବସନୀୟ ଆପ୍ଲିକେସନ ବାଛନ୍ତୁ।
  • ଆପଣଙ୍କ ବ୍ୟାଙ୍କ ସହିତ ନିଜର ବିବରଣୀ ଗୁଡ଼ିକୁ ଅପଡେଟ୍ ରଖନ୍ତୁ।
  • ଯଦି ଆପଣ କୌଣସି ଅସ୍ବାଭାବିକ ନେଣଦେଣ ସମ୍ପର୍କରେ ଜାଣିବାକୁ ପାଆନ୍ତି ତେବେ ତୁରନ୍ତ ନିଜର ବ୍ୟାଙ୍କକୁ ସତର୍କ କରାନ୍ତୁ।

ଏହା କରନ୍ତୁ ନାହିଁ

  • ଏପରିକି ଯଦି କେହି କଲ୍/ ଏସଏମ୍ଏସ୍ ଜରିଆରେ ବ୍ୟାଙ୍କରୁ କହୁଥିବା ଦାବୀ କରିଥାନ୍ତି ତଥାପି ମଧ୍ୟ ନିଜର ୟୁପିଆଇ ପିନ୍, ସିଭିଭି ଓ ଓଟିପିକୁ କଦାପି ସେୟାର କରନ୍ତୁ ନାହିଁ।
  • ଆପଣଙ୍କ ମୋବାଇଲ୍ ହ୍ୟାଣ୍ଡସେଟରେ ବ୍ୟାଙ୍କର ପାସୱାର୍ଡ଼କୁ ଷ୍ଟୋର କରି ରଖନ୍ତୁ ନାହିଁ।
  • ଅଜଣା ପ୍ରେରକଙ୍କ ଠାରୁ ଅର୍ଥ ଅନୁରୋଧ ପ୍ରତି ସତର୍କ ରୁହନ୍ତୁ ଯେହେତୁ ସେମାନଙ୍କ ୟୁପିଆଇ ଅର୍ଥ ଅନୁରୋଧ ଗ୍ରହଣ କରିବା ଦ୍ବାରା ଆପଣଙ୍କ ଆକାଉଣ୍ଟରୁ ଡେବିଟ୍ ହୋଇପାରେ। କେବଳ ଜଣା ଥିବା ପ୍ରେରକଙ୍କ ଠାରୁ ଓ ଯାଞ୍ଚ କରିଥିବା ମର୍ଚ୍ଚାଣ୍ଟଙ୍କ ଠାରୁ ଏପରି ଅନୁରୋଧ ଗ୍ରହଣ କରନ୍ତୁ।
  • ବ୍ୟାଙ୍କ ପ୍ରତିନିଧି କହୁଥିବା ଏକ ଅନୁରୋଧ ଉପରେ କୌଣସି ଅଜଣା ଏସଏମଏସ୍ ପ୍ରାପ୍ତ କରିଥିଲେ ତାହାକୁ ଫରୱାର୍ଡ଼ କରନ୍ତୁ ନାହିଁ।
  • ଅଜଣା ଆପ୍ସ ପ୍ରତି ନିଜର ଅନୁମତି/ ଆକ୍ସେସ ପ୍ରଦାନ କରନ୍ତୁ ନାହିଁ।
  • ୟୁପିଆଇ ପେମେଣ୍ଟ ସହିତ ରିଡାଇରେକ୍ଟିଂ ହୋଇଥିବା ଲିଙ୍କ ସହିତ କୌଣସି ଅବିଶ୍ବସନୀୟ ଏସଏମଏସ୍/ ଇମେଲକୁ ଖୋଲନ୍ତୁ ନାହିଁ।

 

ସର୍ବୋତ୍ତମ ସିକ୍ୟୁରିଟି ଅଭ୍ୟାସ ସାଧାରଣ ସୂଚନା ବିଷୟରେ ଜାଣିବା ପାଇଁ ଦୟାକରି ଏଠାରେ ପରିଦର୍ଶନ କରନ୍ତୁ।
Be aware of the mechanisms used by Fraudsters to steal your money. Follow simple steps to protect yourself from them. Click here.